ଅଣ୍ଡର-୧୯ ବିଶ୍ୱକପ: ଇଂଲଣ୍ଡକୁ ହରାଇ ଭାରତ ପଞ୍ଚମ ଥର ଚାମ୍ପିୟନ୍

ଆଣ୍ଟିଗୁଆ: ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ପୁଣି ଭାରତ ଆଧିପତ୍ୟ ଜାହିର କରିଛି । ଭାରତ ରେକର୍ଡ ପଞ୍ଚମ ଥର ପାଇଁ ଟାଇଟଲ୍ ହାସଲ ଜିତିଛି | ଆଣ୍ଟିଗୁଆର ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ହରାଇ ଚାମ୍ପିୟନ ମୁକୁଟ ପିନ୍ଧିଛି । ନିଶାନ୍ତ ସାନ୍ଧୁ ଭାରତ ପାଇଁ ଅପରାଜିତ ଅର୍ଦ୍ଧଶତକ ସହ ଭାରତର ଟାଇଟଲ୍ ନିଶ୍ଚିତ କରିଥିଲେ। ନିଶାନ୍ତଙ୍କ ସହ ଶେଖ ରସିଦ ମଧ୍ୟ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ବୋଲିଂରେ ଭାରତ ପକ୍ଷରୁ ରାଜ ବାୱା ୫ ୱିକେଟ୍ ନେଇଥିବା ବେଳେ ରବି କୁମାର ୪ଟି ଓ୍ବିକେଟ୍ ଖାଇଥିଲେ । ଭାରତ ଏହାପୂର୍ବରୁ ୨୦୦୦, ୨୦୦୮, ୨୦୧୨ ଏବଂ ୨୦୧୮ରେ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା।

ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୪.୫ ଓଭରରେ ୧୮୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଭାରତୀୟ ଦଳ ୬ଟି ୱିକେଟ୍ ହରାଇ ୪୭.୪ ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା ​​| ନିଶାନ୍ତ ସାନ୍ଧୁ ଭାରତ ପାଇଁ ଏକ ଧମାକାଦାର ଇନିଂସ ଖେଳିଥିଲେ। ତାଙ୍କ ଇନିଂସ ବଳରେ ଭାରତ ବିଜୟ ହାସଲ କରିଥିଲା। ସାନ୍ଧୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୫୪ ବଲରୁ ଅପରାଜିତ ୫୦ ରନ୍ କରିଥିଲେ। ଶେଷ ଆଡ଼କୁ ଦୀନେଶ ବାନା ୫ଟି ବଲରେ ୧୩ ରନ୍ କରିଥିଲେ |

୧୯୦ ରନ୍ ବିଜୟ ଲକ୍ଷ୍ୟ ଜବାବରେ ଅଙ୍ଗକ୍ରିଶ ରଘୁବଂଶୀ ଏବଂ ହର୍ନୁର ସିଂ ଟିମ୍ ଇଣ୍ଡିଆ ପାଇଁ ଇନିଂସ୍ ଓପନ୍ କରିବାକୁ ଆସିଥିଲେ। ତେବେ ଅଙ୍ଗକ୍ରିଶ୍ ଖାତା ଖୋଲି ନ ପାରି ଆଉଟ୍ ହୋଇଯାଇଥିଲେ | ହର୍ନୁର୍ ୨୧ ରନର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ | ଶୀଘ୍ର ଦୁଇ ଓ୍ବିକେଟ୍ ହରାଇବା ପରେ ଶେଖ ରସିଦ୍ ଏକ ଚମତ୍କାର ଅର୍ଦ୍ଧଶତକୀୟ ପାଳି ସହ ସ୍କୋର କୁ ଆଗେଇ ନେଇଥିଲେ | ସେ ୬ଟି ଚୌକା ସାହାଯ୍ୟରେ ୫୦ ରନ୍ କରିଥିଲେ। ତେବେ ଅର୍ଦ୍ଧଶତକ ପୂରଣ କରିବା ପରେ ରସିଦରେ ଆଉଟ୍ ହୋଇଯାଇଥିଲେ । ଏହାପରେ ଅଧିନାୟକ ୟଶ୍ ମଧ୍ୟ ୧୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ନିଶାନ୍ତଙ୍କ ଲଢୁଆ ଅର୍ଦ୍ଧଶତକ ଓ ରାଜ ବାୱାଙ୍କ ପାଳି ଭାରତ ପାଇଁ ଟାଇଟଲର ନିଶ୍ଚିତ କରିଥିଲା । ରାଜ ବାୱା ୫୪ ବଲରୁ ୩୫ ରନ୍ ସଂଗ୍ରହ କରିଥିଲେ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୧୮୯ ରନରେ ଆଉଟ୍ ହୋଇଥିଲେ। ଇଂଲଣ୍ଡ ପାଇଁ ଜେମ୍ସ ରେଭ୍ ସର୍ବାଧିକ ସ୍କୋରର ହୋଇଥିଲେ। ଜେମ୍ସ ୧୧୬ ବଲର ସମ୍ମୁଖୀନ ହୋଇ ୧୨ ଚୌକା ସାହାଯ୍ୟରେ ୯୫ ରନ୍ ସଂଗ୍ରହ କରିଥିଲେ | ଜେମ୍ସ ସେଲ୍ସ ୩୪ ରନରେ ଅପରାଜିତ ରହିଥିଲେ। ୬୫ ଟି ବଲରେ ସେ ସେ ୨ ଚୌକା ମାରିଥିଲେ। ଓପନର୍ ଜର୍ଜ ଥୋମାସ୍ ୩୦ ବଲରୁ ୨୭ ରନ୍ ସଂଗ୍ରହ କରିଥିଲେ। ଥୋମାସ୍ ଏହି ଇନିଂସରେ ୪ ଚୌକା ଓ ଗୋଟିଏ ଛକା ମାରିଥିଲେ।

ଭାରତ ପକ୍ଷରୁ ଘାତକ ବୋଲିଂ ସହ ରାଜ ବାୱା ୫ ୱିକେଟ୍ ନେଇଥିଲେ। ସେ ୯.୫ ଓଭରରେ ୩୧ ରନ୍ ସଂଗ୍ରହ କରିଥିଲେ। ରବି କୁମାର ୯ ଓଭରରେ ୩୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ |

ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ପହଞ୍ଚିବା ପୂର୍ବରୁ ଟିମ୍ ଇଣ୍ଡିଆ ଅନେକ ବଡ ଦଳକୁ ହରାଇଥିଲା | ଭାରତ ପ୍ରଥମ ଲିଗ୍ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୫ ରନରେ ପରାସ୍ତ କରିଛି। ଏହାପରେ ଆୟର୍ଲାଣ୍ଡ ବିପକ୍ଷରେ ୧୭୪ ରନର ବଡ଼ ବିଜୟ ହାସଲ କରିଥିଲା | କ୍ବାର୍ଟର ଫାଇନାଲରେ ବାଂଲାଦେଶକୁ ୫ ୱିକେଟ୍ ଏବଂ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇ ଭାରତ କ୍ରମାଗତ ଚତୁର୍ଥ ଥର ପାଇଁ ଫାଇନାଲକୁ ଉନ୍ନୀତ ହୋଇଥିଲା।

Comments are closed.