ମୋହାଲି ଟେଷ୍ଟ: ଜାଡେଜାଙ୍କୁ ୫ ଓ୍ବିକେଟ୍, ଶ୍ରୀଲଙ୍କା ଫଲୋଅନ୍

ମୋହାଲି: ଏଠାରେ ଚାଲିଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଶ୍ରୀଲଙ୍କା ପ୍ରଥମ ଇନିଂସରେ ୧୭୪ ରନ୍ କରି ଅଲ୍ଆଉଟ୍ ହୋଇଛି | ଦ୍ବିତୀୟ ଦିବସରେ ଅପରାଜିତ ୧୭୫ ରନର ଚମତ୍କାର ପାଳି ଖେଳିଥିବା ରବିନ୍ଦ୍ର ଜାଡେଜା ବୋଲିଂରେ ମଧ୍ୟ କମାଲ କରି ୫ ୱିକେଟ୍ ନେଇଛନ୍ତି। ଆର ଅଶ୍ୱିନ ଏବଂ ଜସପ୍ରୀତ ବୁମ୍ରା ପ୍ରତ୍ୟେକ ୨ ୱିକେଟ୍ ହାସଲ କରିଛନ୍ତି। ଶ୍ରୀଲଙ୍କାକୁ ଭାରତ ଫଲୋଅନ୍ ଦେଇଛି ।
ଭାରତ ପ୍ରଥମ ଇନିଂସରେ ୮ ଓ୍ବିକେଟ୍ ହରାଇ ୫୭୪ ରନରେ ପାଳି ଘୋଷଣା କରିଥିଲା ।

Comments are closed.