ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିପାରେ ଭାରତ

ନୂଆଦିଲ୍ଲୀ: ଆଗାମୀ ତିନି ମାସ ଭାରତୀୟ କ୍ରିକେଟ୍ ଦଳ ପାଇଁ ବେଶ୍ ବ୍ୟସ୍ତ ବହୁଳ ହେବାକୁ ଯାଉଛି | ଆଇପିଏଲ୍ ପରେ ପରେ ଟିମ୍ ଇଣ୍ଡିଆକୁ ଟି-୨୦ ବିଶ୍ୱକପ୍ ପାଇଁ ପୁଣି ପଡ଼ିଆକୁ ଓହ୍ଲାଇବାକୁ ପଡିବ। ବିଶ୍ୱକପ ପୂର୍ବରୁ ଭାରତୀୟ ଦଳର ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ।

ୟୁଏଇରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଖେଳାଳି ଅକ୍ଟୋବର ୧୫ରେ ଆଇପିଏଲରୁ ମୁକ୍ତ ହେବେ। ଖେଳାଳିଙ୍କୁ ଏକାଠି କରିବା ପାଇଁ ବିସିସିଆଇ ଦୁଇଟି ଅଭ୍ୟାସ ମ୍ୟାଚ୍ ଆୟୋଜନ କରିବାକୁ ଯୋଜନା କରିଛି। ଇନସାଇଡ୍ ସ୍ପୋର୍ଟସ୍ ର ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଆୟୋଜନ କରିପାରେ।

ବିସିସିଆଇର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଭାରତୀୟ ଦଳ ବିଶ୍ବକପ୍ ପୂର୍ବରୁ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବିଶ୍ୱକପ ପୂର୍ବରୁ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳାଯିବ। କିନ୍ତୁ ଆମେ ଏବେ ଏନେଇ ଅଧିକ ସୂଚନା ଦେଇ ପାରିବୁ ନାହିଁ | ଅକ୍ଟୋବର ୧୮ ଏବଂ ଅକ୍ଟୋବର ୨୦ରେ ଅଭ୍ୟାସ ମ୍ୟାଚ୍ ଖେଳିପାରେ ଭାରତ | ଖୁବ୍ ଶୀଘ୍ର ଭାରତୀୟ ବୋର୍ଡ ଏନେଇ ଆନୁଷ୍ଠାନିକ ଘୋଷଣା କରିପାରେ |

ଇନସାଇଡ୍ ସ୍ପୋର୍ଟସ୍ ଦାବି କରିଛି ଯେ ଅକ୍ଟୋବର ୧୮ରେ ଟିମ୍ ଇଣ୍ଡିଆ ଦୁବାଇରେ ଇଂଲଣ୍ଡ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳିବ। ଦୁବାଇରେ ହିଁ ଅକ୍ଟୋବର ୨୦ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍ ଖେଳିବ ଭାରତ | ଏହି ଦୁଇଟି ମ୍ୟାଚ୍ ର ଲାଇଭ୍ ଟେଲିକାଷ୍ଟ ଷ୍ଟାର୍ ସ୍ପୋର୍ଟସରେ ହେବ |

ଟି -୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଏହାର ଅଭିଯାନ ୨୩ ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଆରମ୍ଭ କରିବ।

Comments are closed.