କରୋନା ଅପଡେଟ୍: ସଂକ୍ରମଣ ପୁଣି ବଢ଼ିଲା, ଦିନକରେ ୧୩,୦୯୧ ନୂଆ ମାମଲା, ୩୪୦ ମୃତ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଦେଶରେ କରୋନା ସଂକ୍ରମଣ ପୁଣି ସାମାନ୍ୟ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୩,୦୯୧ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ପୁଣି ୩୪୦ ଜଣଙ୍କର ମୃତ୍ୟୁ ହୋଇଛ। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ଏକ ଲକ୍ଷ ୩୮ ହଜାର ୫୫୬ ରହିଛି ଯାହା ଗତ 266 ଦିନ ମଧ୍ୟରେ ସର୍ବନିମ୍ନ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ସଂକ୍ରମିତ କରୋନା ଭାଇରସ ସଂଖ୍ୟା ଆଜି ୩ କୋଟି ୪୪ ଲକ୍ଷ ୧୬୭୦କୁ ବୃଦ୍ଧି ପାଇଛି | ଏଥି ସହିତ ଚିକିତ୍ସାଧୀନ ତଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାର ୫୫୬କୁ ଖସି ଆସିଛି। ଏହି ମହାମାରୀରେ ଭାରତରେ ଏପର୍ଯ୍ୟନ୍ତ ୪,୬୨,୧୮୯ ଲୋକଙ୍କ ମୃତ୍ୟୁ ହୋଇଛି ।

କ୍ରମାଗତ ୩୪ ଦିନ ପାଇଁ ଦେଶରେ କୋଭିଡ-୧୯ ର ଦୈନିକ ମାମଲା ୨୦ ହଜାରରୁ କମ୍ ଏବଂ ୧୩୭ ଦିନ ପାଇଁ ୫୦ ହଜାରରୁ କମ୍ ଦୈନିକ ମାମଲା ରିପୋର୍ଟ କରାଯାଉଛି। ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ପ୍ରାୟ ୦.୩୧ ପ୍ରତିଶତ ରହିଛି। ମାର୍ଚ୍ଚ ୨୦୨୦ ଠାରୁ ଏହି ହାର ସର୍ବନିମ୍ନ ଅଟେ | ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ସମୁଦାୟ ୩,୩୮,୦୦,୯୨୫ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

Comments are closed.