କରୋନା ଅପଡେଟ୍: ୮ ମାସ ପରେ ୧୪ ହଜାର ତଳେ ଦୈନିକ ସଂକ୍ରମଣ, ଆଉ ୧୩,୫୯୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ପ୍ରାୟ ଆଠ ମାସ ପରେ ଦେଶରେ ୧୪ ହଜାରରୁ କମ୍ କରୋନା ମାମଲା ପଞ୍ଜିକୃତ ହୋଇଛି। ସୋମବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୩,୫୯୬ ନୂଆ କରୋନା ମାମଲା ଆସିଥିବା ବେଳେ ​ ୧୬୬ ଲୋକ ପ୍ରାଣ ହରାଇଛନ୍ତି। ଦିନକରେ ୧୯,୫୮୨ ଜଣ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି । ଫଳରେ ୬୧୫୨ ସକ୍ରିୟ ମାମଲା ହ୍ରାସ ପାଇଛି | ୨୩୦ ଦିନ ମଧ୍ୟରେ ଭାରତରେ ସବୁଠୁ କମ୍
ମାମଲା ରେକର୍ଡ କରାଯାଇଛି ।

କରୋନା ମହାମାରୀ ଆରମ୍ଭରୁ ଦେଶରେ ଏଯାବତ୍ ମୋଟ ତିନି କୋଟି ୪୦ ଲକ୍ଷ ୮୧ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୫୨ ହଜାର ୨୯୦ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୩୪ ଲକ୍ଷ ୩୯ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷରୁ କମ୍ ହୋଇଛି। ଏବେ କେବଳ ୧ ଲକ୍ଷ ୮୯ ହଜାର ୬୯୪ ଲୋକ ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଅକ୍ଟୋବର ୧୭ ପର୍ଯ୍ୟନ୍ତ ସାରା ଦେଶରେ ୯୭ କୋଟି ୭୯ ଲକ୍ଷ ୪୭ ହଜାର ଡୋଜ୍ କରୋନା ଟିକା ଦିଆଯାଇଛି। ଗତ ଦିନ ୧୨.୦୫ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୫୯.୧୯ କୋଟି କରୋନା ପରୀକ୍ଷା କରାଯାଇଛି। ଶେଷ ଦିନରେ ୯.୮୯ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୨ ପ୍ରତିଶତରୁ କମ୍ ଅଟେ |

Comments are closed.