କରୋନା ଅପଡେଟ୍: ଦ୍ରୁତ ଗତିରେ ଖସୁଛି ସଂକ୍ରମଣ, ଦିନକରେ ୧୦,୨୭୩ ମାମଲା, ୨୪୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ପ୍ରସାର ଦ୍ରୁତ ଗତିରେ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୨୭୩ କରୋନା ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ ୨୪୩ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସବୁଠୁ ବଡ ଆଶ୍ବସ୍ତି ହେଉଛି ବର୍ତ୍ତମାନ ଦେଶରେ ମାତ୍ର ୧.୧୧ ଲକ୍ଷ (୧,୧୧,୪୭୨) ସକ୍ରିୟ ମାମଲା ଅଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସର ଅର୍ଥ ହେଉଛି କରୋନା ସଂକ୍ରମିତ ରୋଗୀମାନେ ଶୀଘ୍ର ସୁସ୍ଥ ହେଉଛନ୍ତି । ଏଥି ସହିତ ମହାମାରୀ ଆରମ୍ଭରୁ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୪.୨୨ କୋଟି (୪,୨୨,୯୦,୯୨୧) କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ହାର ମଧ୍ୟ ୧ ପ୍ରତିଶତକୁ ଖସି ଆସିଛି।

ତଥ୍ୟ ଅନୁଯାୟୀ ଶନିବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାରା ଦେଶରେ ୧୭୭ (୧,୭୭,୪୪,୦୮,୧୨୯) କୋଟିରୁ ଉର୍ଦ୍ଧ୍ବ ଟିକା ଦିଆଯାଇଛି।

Comments are closed.