କରୋନା ଅପଡେଟ୍: ୧୦,୪୮୮ ନୂଆ ମାମଲା, ୩୧୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ରବିବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୧୦,୪୮୮ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଆଉ ୩୧୩ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧୨,୩୨୯ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଏଥି ସହିତ ଦେଶରେ ସକ୍ରିୟ ମାମଲା ୧,୨୨,୭୧୪କୁ ଖସିଛି, ଯାହା ଗତ ୫୩୨ ଦିନ ମଧ୍ୟରେ ସର୍ବନିମ୍ନ |

ଭାରତରେ କରୋନା ସଂକ୍ରମଣର ମୋଟ ମାମଲା ୩,୪୫,୧୦,୪୧୩ କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ କରୋନା କାରଣରୁ ୪,୬୫,୬୬୨ ଜଣଙ୍କର ମୃତ୍ୟୁ ଘଟିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶନିବାର ଦିନ ଦେଶରେ ୧୦,୭୪,୦୯୯ କରୋନା ନମୁନା ପରୀକ୍ଷା କରାଯାଇଛି। ଏଥିସହ ଭାରତରେ ଏପର୍ଯ୍ୟନ୍ତ ମୋଟ ୬୩.୧୬ କୋଟି କରୋନା ନମୁନା ପରୀକ୍ଷା କରାଯାଇଛି।

Comments are closed.