କରୋନା ଅପଡେଟ୍: ଦେଶରେ ୧୧,୭୩୯ ନୂଆ ମାମଲା, ୨୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୭୩୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। କୋଭିଡ-୧୯ର ଦୈନିକ ମାମଲାରେ ୨୬.୩ ପ୍ରତିଶତ ହ୍ରାସ ଘଟିଛି । ଗତକାଲି ୧୫,୯୪୦ ଟି ମାମଲା ଆସିଥିଲା । ଭାରତରେ ସକ୍ରିୟ ମାମଲା ବର୍ତ୍ତମାନ ୯୨,୫୭୬ରେ ପହଞ୍ଚିଛି । ଜାତୀୟ ସୁସ୍ଥ ହାର ୯୮.୫୮ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ଆଉ ୧୦,୯୧୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ଏହା ସହିତ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୪,୨୭,୭୨,୩୯୮ କୁ ବୃଦ୍ଧି ପାଇଛି ‌

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୨୫ ଜଣଙ୍କର ମୃତ୍ୟୁ ହୋଇଛି । ଦୈନିକ ପଜିଟିଭିଟି ହାର ୨.୫୯% ରହିଥିବା ବେଳେ ପଜିଟିଭିଟି ହାର ହେଉଛି ୩.୨୫% ।

ଏଥିସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ କୋଭିଡ-୧୯ ଟିକାକରଣ ଅନ୍ତର୍ଗତ ଏଯାବତ୍ ୧୯୭ କୋଟିରୁ ଉର୍ଦ୍ଧ୍ବ ଡୋଜ୍ ଟିକା ଦିଆଯାଇଛି ।

Comments are closed.