କୋଭିଡ୍‌-୧୯ ଅପଡେଟ୍: ପୁଣି ୧୨ ହଜାର ଉପରେ ଦୈନିକ ସଂକ୍ରମଣ | News Room Odisha

କୋଭିଡ୍‌-୧୯ ଅପଡେଟ୍: ପୁଣି ୧୨ ହଜାର ଉପରେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ସଂକ୍ରମଣର ଉର୍ଦ୍ଧ୍ବ ମୁହାଁ ଗତି ଜାରି ରହିଛି । ଦୈନିକ ସଂକ୍ରମଣ ପୁଣି ୧୨,୦୦୦ ଟପିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୧୯୩ ନୂଆ ମାମଲା ରେକର୍ଡ କରାଯାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୮୧,୮୭୭ରେ ପହଞ୍ଚିଛି। ଏହାଛଡ଼ା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୫୫୬କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ଦେଶର ସମୁଦାୟ ସଂକ୍ରମଣର ୦.୧୫%। ଗତ ୨୪ ‌‌‌ଘଣ୍ଟାରେ ଆଉ ୪୨ କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋଭିଡ୍‌-୧୯ ଜନିତ ମୃତ୍ୟୁସଂଖ୍ୟା ୫,୩୧,୩୦୦କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ ସୁସ୍ଥତା ହାର ୯୮.୬୬% ରହିଛି।