କରୋନା ଅପଡେଟ୍: ଦେଶରେ ୧୨,୭୮୧ ନୂଆ ମାମଲା, ୧୩୦ ଦିନ ପରେ ସଂକ୍ରମଣ ହାର ଚାରି ପ୍ରତିଶତ ଉପରେ

ନୂଆଦିଲ୍ଲୀ: ଭାରତରେ ସୋମବାର କୋଭିଡ-୧୯ ର ୧୨,୭୮୧ ନୂଆ ମାମଲା ଆସିଛି । ଏଥିସହ ମୋଟ ସଂକ୍ରମଣ ୪,୩୩,୦୯,୪୭୩ ରେ ପହଞ୍ଚିଛି । ୧୩୦ ଦିନ ପରେ ଦୈନିକ ସଂକ୍ରମଣ ହାର ଚାରି ପ୍ରତିଶତ ଟପିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ କରୋନା ଯୋଗୁଁ ଆଉ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହା ସହ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୮୭୩ ରେ ପହଞ୍ଚିଛି। କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୭୬,୭୦୦ କୁ ବୃଦ୍ଧି ପାଇଛି। ଦୈନିକ ସଂକ୍ରମଣ ହାର ୪.୩୨ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୨.୬୨ ପ୍ରତିଶତ ରହିଛି ।

ତଥ୍ୟ ଅନୁଯାୟୀ, ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୧୮ ପ୍ରତିଶତ ରେକର୍ଡ କରାଯାଇଛି। କୋଭିଡ -୧୯ ରୁ ସୁସ୍ଥ ହାର ହେଉଛି ୯୮.୬୧ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ପାଇଁ ସକ୍ରିୟ ମାମଲାରେ ୪,୨୨୬ ବୃଦ୍ଧି ଘଟିଛି। ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୨୭,୦୭,୯୦୦ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି । ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏଯାବତ୍ ୧୯୬.୧୮ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.