କରୋନା ଅପଡେଟ୍: ଦୈନିକ ସଂକ୍ରମଣରେ ୮.୬୮ ପ୍ରତିଶତ ବୃଦ୍ଧି, ଗତ ୨୪ ଘଣ୍ଟାରେ ଆଉ ୧୩,୩୧୩ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମାମଲାରେ ୮.୬୮ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩,୩୧୩ ନୂଆ ମାମଲା ରିପୋର୍ଟ ହୋଇଛି । ସମୁଦାୟ କରୋନା ମାମଲା ୪୩,୩୪୪,୯୫୮କୁ ବୃଦ୍ଧି ପାଇଛି । ଅନ୍ୟପଟେ, ସମଗ୍ର ଦେଶରେ ସକ୍ରିୟ ମାମଲା ୮୩,୯୯୦ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୯୭୨ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ଦେଶରେ ସମୁଦାୟ ୪୨,୭୩୬୦୨୭ ଲୋକ କରୋନା ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୩୮ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୫୨୪,୯୪୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୧୪,୯୧,୯୪୧ ଟିକା ଡୋଜ୍ ଦିଆଯାଇଛି । ଏଥିସହ ମୋଟ ଟିକାକରଣ ୧,୯୬,୬୨,୧୧,୯୭୩କୁ ବୃଦ୍ଧି ପାଇଛି।

ଦେଶରେ କୋଭିଡ-୧୯ର ବଢୁଥିବା ମାମଲା ସମ୍ପର୍କରେ ବିଶେଷଜ୍ଞ ସ୍ୱାସ୍ଥ୍ୟ ଦଳ ସହ ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିବେ। ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି । ଗତ କିଛି ସପ୍ତାହ ଧରି ଭାରତରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି। ଆଜି ସୁଦ୍ଧା ମହାରାଷ୍ଟ୍ର, କେରଳ, ଦିଲ୍ଲୀ, କର୍ଣ୍ଣାଟକ, ତାମିଲନାଡୁ, ହରିୟାଣା, ଉତ୍ତରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଏବଂ ଗୁଜୁରାଟରେ କୋଭିଡ-୧୯ର ୧୦୦୦ ରୁ ଅଧିକ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.