କରୋନା ଅପଡେଟ୍: ଦେଶରେ ଆଉ ୧୪,୦୯୨ ନୂଆ ମାମଲା, ୪୧ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ର ଆଉ ୧୪,୦୯୨ ନୂଆ ମାମଲା ଆସିବା ସହିତ ମୋଟ ସଂକ୍ରମଣ ମାମଲା ୪,୪୨,୫୩,୪୬୪ ରେ ପହଞ୍ଚିଛି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୧୬,୮୬୧ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରବିବାର ସକାଳ ୮ ଟା ପର୍ଯ୍ୟନ୍ତ ଅଦ୍ୟତନ ତଥ୍ୟ ଅନୁଯାୟୀ ୪୧ ଜଣ ରୋଗୀଙ୍କ ମୃତ୍ୟୁ ପରେ ଦେଶରେ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୭,୦୩୭କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୨୬ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୫୪ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ପାଇଁ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୨,୪୦୩ ହ୍ରାସ ଘଟିଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦୈନିକ ସଂକ୍ରମଣ ହାର ୩.୬୯ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୪.୫୭ ପ୍ରତିଶତ ରହିଛି। ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୩୬,୦୯,୫୬୬ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ । ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୦୭.୯୯ କୋଟି ଡୋଜ୍ ଦିଆଯାଇଛି।

Comments are closed.