କରୋନା ଅପଡେଟ୍: ଦେଶରେ ୧,୫୭୪ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ଆଉ ୧,୫୭୪ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୫୦,୬୬୨ କୁ ବୃଦ୍ଧି ପାଇଛି। କୋଭିଡ୍-୧୯ ଯୋଗୁଁ ଆଉ ନଅ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୫,୨୯,୦୦୮କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ସକାଳ ୮ ଟା ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ଚିକିତ୍ସାଧୀନ କୋଭିଡ-୧୯ ରୋଗୀଙ୍କ ୧୯,୩୯୮ ରୁ ୧୮,୮୦୨ କୁ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୫୯୬ ହ୍ରାସ ରେକର୍ଡ କରାଯାଇଛି ।

ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଉ ୯ ଜଣ ସଂକ୍ରମିତଙ୍କ ମୃତ୍ୟୁ ପରେ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୯,୦୦୮ କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୪୪ ପ୍ରତିଶତ ଥିବାବେଳେ କୋଭିଡ-୧୯ ରୁ ସୁସ୍ଥତା ହାର ୯୮.୭୭ କୁ ବୃଦ୍ଧି ପାଇଛି। କୋଭିଡ୍ ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି ।

ମନ୍ତ୍ରଣାଳୟ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଦୈନିକ ସଂକ୍ରମଣ ହାର ୦.୯୫ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୧୧ ପ୍ରତିଶତ ରେକର୍ଡ କରାଯାଇଛି। ଦେଶରେ ଏଯାବତ୍ ମୋଟ ୪,୪୧,୦୨,୮୫୨ ଲୋକ ସୁସ୍ଥ ହୋଇଛନ୍ତି। ମନ୍ତ୍ରଣାଳୟ ଅନୁଯାୟୀ, ସମଗ୍ର ଦେଶରେ ୨୧୯.୬୨ କୋଟି ଡୋଜ୍ କୋଭିଡ୍ ଟିକା ଦିଆଯାଇଛି।

Comments are closed.