କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୧୫,୯୪୦ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୧୫,୯୪୦ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନାର ଉପରମୁହାଁ ଗତି ପୁଣି ଥରେ ଚିନ୍ତା ବଢ଼ାଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୯୪୦ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୮.୧% କମ୍ ଅଟେ। ଦେଶରେ କରୋନାର ସୁପର ସ୍ପିଡ୍ ମଧ୍ୟରେ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କରୋନା ରୋଗର ନୂଆ ମାମଲା ବୃଦ୍ଧି ସହିତ ଦେଶରେ ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୯୨ ହଜାରକୁ ବୃଦ୍ଧି ପାଇଛି।

ଦେଶରେ ମିଳିଥିବା ମୋଟ ନୂଆ ମାମଲା ମଧ୍ୟରୁ ୭୪.୦୮% ମାମଲା ପାଞ୍ଚଟି ରାଜ୍ୟରୁ ଆସିଛି। କରୋନା ରୋଗର ନୂଆ ମାମଲା ସହ ଦେଶରେ ମୋଟ ସଂକ୍ରମଣ ୪ କୋଟି ୩୩ ଲକ୍ଷ ୭୮ ହଜାର ୨୩୪କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୦ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏଥସହ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୪ ହଜାର ୯୭୪ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଦେଶରେ କରୋନାର ପୁନରୁଦ୍ଧାର ହାର ବର୍ତ୍ତମାନ ୯୮.୫୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୧୨ ହଜାର ୪୨୫ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୪ କୋଟି ୨୭ ଲକ୍ଷ ୬୧ ହଜାର ୪୮୧ କୁ ବୃଦ୍ଧି ପାଇଛି।

ଦେଶରେ ନୂତନ କରୋନା ରୋଗୀଙ୍କୁ ମିଶାଇ ସକ୍ରିୟ ମାମଲା ସଂଖ୍ୟା ୯୧ ହଜାର ୭୭୯ କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୩,୪୯୫ ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫ ଲକ୍ଷ ୭୩ ହଜାର ୩୪୧ ଡୋଜ୍ କରୋନା ଟିକା ଦିଆଯାଇଛି।