କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୬,୧୦୩ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬,୧୦୩ ନୂଆ ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ଆଉ ୩୧ ରୋଗୀଙ୍କ ମୃତ୍ୟୁ ହୋଇଛି।

ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୧୧ ହଜାର ୭୧୧ କୁ ବୃଦ୍ଧି ପାଇଛି। ଏଥି ସହିତ ଦେଶରେ ଦୈନିକ ପଜିଟିଭିଟି ହାର ୪.୨୭ ରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଆଉ ୧୩,୯୨୯ ରୋଗୀ ଏହି ମହାମାରୀରୁ ଆରୋଗ୍ୟ ଲାଭ କରିଛନ୍ତି। ଗତକାଲି ତୁଳନାରେ କରୋନା ମାମଲାରେ ହ୍ରାସ ଘଟିଛି। ଶୁକ୍ରବାର ଦିନ, ଦେଶରେ ୧୭,୦୯୨ ନୂତନ କୋଭିଡ ମାମଲା ରିପୋର୍ଟ ହୋଇଥିଲା ଏବଂ ୨୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ଦେଶରେ ମୋଟ କୋଭିଡ୍ ସଂକ୍ରମଣ ୪ କୋଟି ୩୫ ଲକ୍ଷ ୦୨ ହଜାର ୪୨୯ରେ ପହଞ୍ଚିଛି । ଏଥିସହିତ କରୋନା କାରଣରୁ ମୋଟ ୫ ଲକ୍ଷ ୨୫ ହଜାର ୧୯୯ ଲୋକଙ୍କର ମୃତ୍ୟୁ ଘଟିଛି। ଟିକାକରଣ ଅଭିଯାନ ଅଧୀନରେ ଏଯାବତ୍ ୧୯୭ କୋଟି ସଂଖ୍ୟା ୯୫ ଲକ୍ଷ ୭୨ ହଜାର ୯୬୩ ଟିକା ଡୋଜ୍ ଦିଆଯାଇଛି ।

Comments are closed.