କରୋନା ଅପଡେଟ୍: ୧୬,୫୬୧ ନୂଆ ମାମଲା, ୪୯ ମୃତ | News Room Odisha

କରୋନା ଅପଡେଟ୍: ୧୬,୫୬୧ ନୂଆ ମାମଲା, ୪୯ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ ର ୧୬,୫୬୧ ନୂଆ ମାମଲା ଆସିବା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୨,୨୩,୫୫୭ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚିକିତ୍ସାଧୀନ ହେଉଥିବା ରୋଗୀଙ୍କ ସଂଖ୍ୟା ୧,୨୩,୫୩୫ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ୪୯ ଜଣଙ୍କ ମୃତ୍ୟୁ କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା ୫,୨୬,୯୨୮ କୁ ବୃଦ୍ଧି ପାଇଛି ।

ଦେଶରେ କୋଭିଡ-୧୯ ର ସକ୍ରିୟ ମାମଲା ଓ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୨୩,୫୩୫ କୁ ହ୍ରାସ ପାଇଛି, ଯାହାକି ମୋଟ ରୋଗର ୦.୨୮ ପ୍ରତିଶତ । ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, କୋଭିଡ-୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୫୩ ପ୍ରତିଶତ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ସକ୍ରିୟ ମାମଲାରେ ୧,୫୪୧ ହ୍ରାସ ପାଇଛି।