କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୬,୮୬୬ ନୂଆ ମାମଲା, ୪୧ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୮୬୬ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଦୈନିକ କୋଭିଡ୍ ମାମଲାରେ ୧୬.୮% ହ୍ରାସ ଘଟିଛି। ଦିନକରେ ଏହି ଭାଇରସ ଯୋଗୁଁ ୪୧ ଜଣଙ୍କର ମୃତ୍ୟୁ ହୋଇଛି ।

ଦେଶରେ ଏପର୍ଯ୍ୟନ୍ତ କୋଭିଡ୍-୧୯ ର ୪୩,୯୦୫,୬୨୧ ମାମଲା ରିପୋର୍ଟ ହୋଇଛି। ଏହି ସମୟରେ ଏହି ଭାଇରସ ଯୋଗୁଁ ମୋଟ ୫୨୬,୦୭୪ ଜଣଙ୍କର ମୃତ୍ୟୁ ଘଟିଛି। ଏଯାବତ୍ ୪୩,୨୨୮,୬୭୦ ଲୋକ କରୋନାକୁ ମାତ୍ ଦେଇଛନ୍ତି ।

ସରକାରୀ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫୦,୮୭୭ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮,୧୪୮ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏପର୍ଯ୍ୟନ୍ତ ସମୁଦାୟ ୨,୦୨,୧୭,୬୬,୬୧୫ ଟିକା ଦିଆଯାଇଛି।

Comments are closed.