କରୋନା ଅପଡେଟ୍: ଦିନକରେ ୧୮,୮୧୯ ନୂଆ ମାମଲା, ସକ୍ରିୟ ରୋଗୀ ସଂଖ୍ୟା ଏକ ଲକ୍ଷ ପାର୍

ନୂଆଦିଲ୍ଲୀ: ଦେଶରେ ୧୩୦ ଦିନ ପରେ ୧୮,୦୦୦ ରୁ ଊର୍ଦ୍ଧ୍ବ କୋଭିଡ୍ ମାମଲା ଆସିଛି । ଏଥିସହ ମୋଟ ମାମଲା ୪,୩୪,୫୨,୧୬୪ କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୨୨ ଦିନ ପରେ ପୁଣି ଏକ ଲକ୍ଷ ଅତିକ୍ରମ କରିଛି ।

ଗୁରୁବାର ସକାଳ ୮ ଟା ପର୍ଯ୍ୟନ୍ତ ଅଦ୍ୟତନ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮,୮୧୯ ନୂଆ ମାମଲା ରିପୋର୍ଟ ହୋଇଥିବା ବେଳେ ୩୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଦେଶରେ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୨୫,୧୧୬ରେ ପହଞ୍ଚିଛି। ।

ସୂଚନା ଅନୁଯାୟୀ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୦୪,୫୫୫ କୁ ବୃଦ୍ଧି ପାଇଛି ଯାହାକି ମୋଟ ସଂକ୍ରମଣର ୦.୨୪ ପ୍ରତିଶତ । ଜାତୀୟ ସୁସ୍ଥତା ହାର ୯୮.୫୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ସକ୍ରିୟ ରୋଗୀ ସଖ୍ୟାରେ ୪,୯୫୩ ବୃଦ୍ଧି ଘଟିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଦୈନିକ ସଂକ୍ରମଣ ହାର ୪.୧୬ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ହାର ୩.୭୨ ପ୍ରତିଶତ ରହିଛି। ଏହି ରୋଗରୁ ଏଯାବତ୍ ୪,୨୮,୨୨,୪୯୩ ଲୋକ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି । ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୭.୬୧ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.