କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୮,୮୪୦ ନୂଆ ମାମଲା ଚିହ୍ନଟ | News Room Odisha

କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୮,୮୪୦ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ର ଆଉ ୧୮,୮୪୦ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏଥିସହ ମୋଟ ସଂକ୍ରମଣ ମାମଲା ୪,୩୬,୦୪,୩୯୪ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୨୫,୦୨୮ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଶନିବାର ସକାଳ ୮ ଟା ପର୍ଯ୍ୟନ୍ତ ଅଦ୍ୟତନ ହୋଇଥିବା ତଥ୍ୟ ଅନୁଯାୟୀ, ୪୩ ଜଣ ରୋଗୀଙ୍କ ମୃତ୍ୟୁ ସହିତ ମୋଟ୍ କୋଭିଡ୍ ମୃତ୍ୟୁ ୫,୨୫,୩୮୬କୁ ବୃଦ୍ଧି ପାଇଛି। ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଆଉ ୨,୬୯୩ ବଢ଼ିଛି, ଯାହା ମୋଟ ସଂକ୍ରମଣର ୦.୨୯ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ସୁସ୍ଥତା ହାର ୯୮.୫୧ ପ୍ରତିଶତ ରହିଛି।

ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୪.୧୪ ପ୍ରତିଶତ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୪.୦୯ ପ୍ରତିଶତ ରହିଛି। ଏହି ରୋଗରୁ ଏଯାବତ୍ ମୋଟ ୪,୨୯,୫୩,୯୮୦ ଲୋକ ସୁସ୍ଥ ହୋଇଛନ୍ତି । କୋଭିଡ୍ ମୃତ୍ୟୁ ହାର ୧.୨୦ ପ୍ରତିଶତ ରହିଛି। ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୮.୬୫ କୋଟି ଡୋଜ୍ ଟିକା ଦିଆଯାଇଛି।