କରୋନା ଅପଡେଟ୍: ଦେଶରେ ୧,୯୫୭ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ଆଉ ୧,୯୫୭ ନୂଆ ମାମଲା ଆସିଛି । ଏହା ପରେ ଦେଶରେ ମୋଟ ମାମଲା ୪,୪୬,୧୬,୩୯୪ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୭,୩୭୪କୁ ଖସି ଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକ୍ଷରୁ ମଙ୍ଗଳବାର ସକାଳ ୮ଟା ସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ ଆଉ ଆଠ ଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୮,୮୨୨ କୁ ବୃଦ୍ଧି ପାଇଛି ।

ତଥ୍ୟ ଅନୁଯାୟୀ, କରୋନା ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୦୬ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ଜାତୀୟ ସୁସ୍ଥତା ହାର ୯୮.୭୫ ପ୍ରତିଶତକୁ ବୃଦ୍ଧି ପାଇଛି।

Comments are closed.