ତୃତୀୟ ଲହର ପ୍ରକୋପ: ୨୪ ଘଣ୍ଟାରେ ଦେଶରେ ଆଉ ୨.୬୮ ଲକ୍ଷ ଆକ୍ରାନ୍ତ ଚିହ୍ନଟ, ୪୦୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୨ ଲକ୍ଷ ୬୮ ହଜାର ୮୩୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୮ ଲକ୍ଷ ୫୦ ହଜାର ୯୬୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ କାରଣରୁ ମୋଟ ୪୦୨ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କୋଭିଡ କାରଣରୁ ମୋଟ ୪ ଲକ୍ଷ ୮୫ ହଜାର ୭୫୨ ଜଣଙ୍କର ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଓମିକ୍ରନ୍ ମାମଲାରେ ୫.୦୧ ପ୍ରତିଶତ ବୃଦ୍ଧି ଘଟିଛି। ଗତକାଲି ଦେଶରେ ଓମିକ୍ରନର ୬,୦୪୧ ଟି ନୂଆ ମାମଲା ରିପୋର୍ଟ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୪,୧୭,୮୨୦ କୁ ବୃଦ୍ଧି ପାଇଛି। ସକ୍ରିୟ ମାମଲା ହେଉଛି ସମୁଦାୟ ସଂକ୍ରମଣର ୩.୮୫ ପ୍ରତିଶତ । ବର୍ତ୍ତମାନ ଦେଶରେ ସୁସ୍ଥତା ହାର ୯୪.୮୩ ପ୍ରତିଶତକୁ ଖସି ଆସିଛି। ପ୍ରକାଶ ଥାଉକି, ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ସମୁଦାୟ ୧ ଲକ୍ଷ ୨୨ ହଜାର ୬୮୪ ରୋଗୀ ଆରୋଗ୍ୟ ହୋଇଛନ୍ତି, ଯାହାକି ନୂଆ ରୋଗୀଙ୍କ ସଂଖ୍ୟାଠାରୁ କମ୍ । ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩ କୋଟି, ୪୯ ଲକ୍ଷ, ୪୭ ହଜାର, ୩୯୦ ଲୋକ ଏହି ମହାମାରୀକୁ ମାତ୍ ଦେଇଛନ୍ତି।

Comments are closed.