ଦେଶରେ ଆଉ ୨.୭୧ ଲକ୍ଷ ନୂଆ କରୋନା ମାମଲା ଚିହ୍ନଟ, ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୭,୭୪୩

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ତୃତୀୟ ଲହର ଗତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଲକ୍ଷ ୭୧ ହଜାର ୨୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଏପର୍ଯ୍ୟନ୍ତ ଓମିକ୍ରନ୍ ଭାରିଆଣ୍ଟର ୭ ହଜାର ୭୪୩ ମାମଲା ରିପୋର୍ଟ ହୋଇଛି । ଗତକାଲି ତୁଳନାରେ ଦେଶରେ ଆଜି ଆଉ ୨,୩୬୯ ଅଧିକ ମାମଲା ଆସିଛି। ଗତକାଲି ୨,୬୮,୮୩୩ ସଂକ୍ରମିତ ଚିହ୍ନଟ ହୋଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫ ଲକ୍ଷ ୫୦ ହଜାର ୩୭୭ କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ଏକ ଲକ୍ଷ ୩୮ ହଜାର ୩୩୧ ଜଣ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୫୦ ଲକ୍ଷ ୮୫ ହଜାର ୭୨୧ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ୧୫୬ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୬୬ ଲକ୍ଷ ୨୧ ହଜାର ୩୯୫ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ୧୫୬ କୋଟି ୭୬ ଲକ୍ଷ ୧୫ ହଜାର ୪୫୪ ଡୋଜ ଟିକା ଦିଆଯାଇଛି।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୭,୭୪୩ ଓମିକ୍ରନ୍ ମାମଲା ରିପୋର୍ଟ ହୋଇଛି । ମହାରାଷ୍ଟ୍ର ଏବଂ ରାଜଧାନୀ ଦିଲ୍ଲୀରେ ଅଧିକ ଓମିକ୍ରନ ରୋଗୀ ଚିହ୍ନଟ ହୋଇଛନ୍ତି ।

Comments are closed.