ଦିନକରେ ଆଉ ୨.୮୫ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ୬୬୫ ମୃତ

ନୂଆଦିଲ୍ଲୀ: ଗତକାଲି ତୁଳନାରେ ଆଜି ଦେଶରେ କରୋନା ମାମଲା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨ ଲକ୍ଷ ୮୫ ହଜାର ୯୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬୫ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୧୬.୧୬ ପ୍ରତିଶତ ରହିଛି। ବଡ କଥା ହେଉଛି ଗତକାଲି ତୁଳନାରେ ଆଜି ଦେଶରେ ୧୧.୭ ପ୍ରତିଶତ ଅଧିକ ମାମଲା ଆସିଛି।

ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଚାରି କୋଟି ଟପିଛି । ଭାରତରେ ଏଯାବତ୍ ମୋଟ ୪୦,୦୮୫,୧୧୬କୁ ବୃଦ୍ଧି ପାଇଛି | ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨୨ ଲକ୍ଷ ୨୩ ହଜାର ୧୮ କୁ ବୃଦ୍ଧି ପାଇଛି। ଏଥି ସହିତ ଏହି ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୯୧ ହଜାର ୧୨୭ରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ, ଗତକାଲି ଦୁଇ ଲକ୍ଷ ୯୯ ହଜାର ୭୩ ଜଣ ଲୋକ ଆରୋଗ୍ୟ ଲାଭ କରିଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୭୩ ଲକ୍ଷ ୭୦ ହଜାର ୯୭୧ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୬୩ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୫୯ ଲକ୍ଷ ୫୦ ହଜାର ୭୩୧ ଡୋଜ ଦିଆଯାଇଥିଲା । ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୧୬୩ କୋଟି ୫୮ ଲକ୍ଷ ୪୪ ହଜାର ୫୩୬ ଡୋଜ ଟିକା ଦିଆଯାଇଛି।

Comments are closed.