କରୋନା ଅପଡେଟ୍: ଦିନକରେ ୨୦,୫୫୧ ନୂଆ ମାମଲା, ୭୦ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ ୨୦,୫୫୧ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୧,୦୭,୫୮୮ କୁ ବୃଦ୍ଧି ପାଇଛି। ଅପରପକ୍ଷରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୩୫,୩୬୪ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ କରୋନାରୁ ଆଉ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ ମୃତ୍ୟୁ ସଂଖ୍ୟା ୫,୨୬,୬୦୦କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୩୫,୩୬୪ କୁ ହ୍ରାସ ପାଇଛି, ଯାହାକି ମୋଟ ରୋଗର ୦.୩୧ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୧୧୪ ହ୍ରାସ ପାଇଛି। ରୋଗୀଙ୍କ ଜାତୀୟ ସୁସ୍ଥତା ହାର ହେଉଛି ୯୮.୫୦ ପ୍ରତିଶତ ।

Comments are closed.