କରୋନା ଅପଡେଟ୍: ଦେଶରେ ୨୧୧୨ ନୂଆ ମାମଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ନେଇ ଆଜି ମଧ୍ୟ ଭାରତ ପାଇଁ କିଛି ଆଶ୍ବସ୍ତିକର ଖବର ରହିଛି। ଅବଶ୍ୟ ଗତ ୩ ଦିନ ଧରି ଦେଶରେ ୨୦୦୦ ରୁ ଅଧିକ ନୂଆ ମାମଲା ଆସୁଛି। ଶୁକ୍ରବାର ତୁଳନାରେ ଦେଶରେ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଶନିବାର ସକାଳ ୮ ଟା ସୁଦ୍ଧା ଅପଡେଟ୍ ତଥ୍ୟ ଅନୁଯାୟୀ, ଭାରତରେ ଦିନକରେ ଆଉ ୨୧୧୨ ମାମଲା ରିପୋର୍ଟ ହୋଇଛି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଦିନକ ପୂର୍ବରୁ ଦେଶରେ ୨୧୧୯ ମାମଲା ଆସିଥିଲା ଓ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଭାରତରେ ମୋଟ କୋଭିଡ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୪୦,୭୪୮ ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୫,୨୮,୯୫୭ କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ, ୩୧୦୨ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଏହା ସହିତ ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୪ କୋଟି ୪୦ ଲକ୍ଷ ୮୭ ହଜାର ୭୪୮ କୁ ବୃଦ୍ଧି ପାଇଛି। କରୋନା ର ସକ୍ରିୟ ମାମଲା ସଂଖ୍ୟା ମଧ୍ୟ ୨୫୦୦୦ ରୁ ୨୪୦୪୩ କୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ସଂଖ୍ୟାରେ ୯୮୪ ହ୍ରାସ ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୯୮.୭୬ ପ୍ରତିଶତକୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ସଂକ୍ରମଣ ସମୁଦାୟ ସଂକ୍ରମଣର ୦.୦୫ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ୟ୍ୟନ୍ତ ଦେଶରେ ୨୧୯ କୋଟି ୫୩ ଲକ୍ଷ, ୮୮ ହଜାର ୩୨୬ ରେ ଡୋଜ୍ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨ ଲକ୍ଷ ୯୦ ହଜାର ୭୫୨ ଜଣଙ୍କୁ କରୋନା ଟିକା ମିଳିଛି।

Comments are closed.