କରୋନା ଅପଡେଟ୍: ଦେଶରେ ୨,୧୨୪ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୨,୧୨୪ କରୋନା ମାମଲା ରିପୋର୍ଟ ହୋଇଛି । ଏହି ସମୟରେ ଆଉ ୧୭ କୋଭିଡ୍-୧୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଆଜି ରିପୋର୍ଟ ହୋଇଥିବା ମାମଲା ଗତକାଲି ତୁଳନାରେ ୨୬.୮ ପ୍ରତିଶତ ଅଧିକ। ଗତକାଲି ଦେଶରେ ୧,୬୭୫ କରୋନା ମାମଲା ରୁଜୁ ହୋଇଥିଲା ଏବଂ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୯୨,୬୭,୪୪,୭୬୯ ଡୋଜ ଟିକା ଦିଆଯାଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ୧୪,୯୭୧ ରେ ପହଞ୍ଚିଛି। ଦେଶରେ ସୁସ୍ଥତା ହାର ୯୮.୭୫% ରହିଛି ।

Comments are closed.