କରୋନା ଅପଡେଟ୍: ଦେଶରେ ୨,୩୨୩ ନୂଆ ମାମଲା, ୨୫ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୨,୩୨୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ କୋଭିଡ୍-୧୯ର ମୋଟ ମାମଲା ୪,୩୧,୩୧,୮୨୨ କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ମାମଲା ୧୪,୯୯୬ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଆଉ ୨୫ ଜଣଙ୍କ ମୃତ୍ୟୁ ସହ ଦେଶରେ ମୋଟ କୋଭିଡ୍-୧୯ ମୃତ୍ୟୁ ସଂଖ୍ୟା ୫,୨୪,୩୪୮ କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୦୩ ପ୍ରତିଶତ ହୋଇଥିବାବେଳେ କୋଭିଡ -୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୭୫ ପ୍ରତିଶତ ରହିଛି।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୪୮ ହ୍ରାସ ହୋଇଛି। ସଂକ୍ରମଣର ଦୈନିକ ହାର ୦.୪୭ ପ୍ରତିଶତ, ସାପ୍ତାହିକ ହାର ହେଉଛି ୦.୫୧ ପ୍ରତିଶତ । ଏଥିସହ ଦେଶରେ କୋଭିଡ -୧୯ ରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୨୫,୯୪,୮୦୧ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୨୨ ପ୍ରତିଶତ ରହିଛି।

ମନ୍ତ୍ରଣାଳୟ କହିଛି ଯେ ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୨.୧୨ କୋଟି ଡୋଜ୍ ଦିଆଯାଇଛି।

Comments are closed.