କରୋନା ଅପଡେଟ୍: ଦେଶରେ ୨୬,୧୧୫ ନୂଆ ମାମଲା, ୨୫୨ ମୃତ

ନୂଆଦିଲ୍ଲୀ: ପୁଣି ଥରେ ମାମଲାଗୁଡ଼ିକରେ ହ୍ରାସ ଘଟିଛି। ପାଞ୍ଚ ଦିନ ପରେ ୩୦ ହଜାରରୁ କମ୍ କରୋନା ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୬,୧୧୫ ନୂଆ ମାମଲା ଆସିଥିବ ବେଳେ​​ ୨୫୨ ଜଣ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଆଉ ୩୪,୪୬୯ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଅର୍ଥାତ୍ ୮,୬୦୬ ସକ୍ରିୟ ମାମଲା ହ୍ରାସ ପାଇଛି।

ଦେଶରେ ଏଯାବତ୍ ମୋଟ ସଂକ୍ରମିତଙ୍କ ସଂଖ୍ୟା ତିନି କୋଟି ୩୫ ଲକ୍ଷ ୪ ହଜାରରେ ପହଞ୍ଚିଛି। ସେଥିମଧ୍ୟରୁ ୪ ଲକ୍ଷ ୪୫ ହଜାର ୩୮୫ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୭ ଲକ୍ଷ ୩୯ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଏବେ ୩ ଲକ୍ଷ ୯ ହଜାର ୫୭୫ ସକ୍ରିୟ ମାମଲା ରହିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସାରା ଦେଶରେ ୮୧ କୋଟି ୮୫ ଲକ୍ଷ ୧୩ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୯୬.୪୬ ଲକ୍ଷ ଟିକା ଦିଆଯାଇଛି। ଅନ୍ୟପକ୍ଷେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୫.୪୮ କୋଟି କରୋନା ପରୀକ୍ଷା କରାଯାଇଛି। ଦିନକରେ ୧୨ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ରହିଛି |

Comments are closed.