କରୋନା ଅପଡେଟ୍: ଦେଶରେ ୨,୬୭୮ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନାର ୨,୬୭୮ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହି ରୋଗରେ ଆଉ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ସଂକ୍ରମିତ ଲୋକଙ୍କ ମୋଟ ସଂଖ୍ୟା ୪,୪୬,୨୩,୯୯୭ ରେ ପହଞ୍ଚିଛି । ଏଯାବତ୍ ୫,୨୮,୮୫୭ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ସଂଖ୍ୟା ୨୬,୫୮୩କୁ ବୃଦ୍ଧି ପାଇଛି । ଦିନକ ପୂର୍ବରୁ ସକ୍ରିୟ ମାମଲା ୨୬,୫୦୯ ଥିଲା ।

ଲଗାତାର ତିନି ଦିନ ଧରି କରୋନା ମାମଲା ବୃଦ୍ଧି ପାଇବା ପରେ ଶୁକ୍ରବାର ନୂଆ ମାମଲାରେ ହ୍ରାସ ଲକ୍ଷ୍ୟ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୫୯୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୪ କୋଟି ୪୦ ଲକ୍ଷ ୬୮ ହଜାର ୫୫୭ ଲୋକ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ବର୍ତ୍ତମାନ ମୋଟ କରୋନା ମାମଲାର ୦.୦୬ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୯୮.୭୬ ପ୍ରତିଶତକୁ ବୃଦ୍ଧି ପାଇଛି।

ଦୈନିକ ସଂକ୍ରମଣ ହାର ୧.୧୩ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୦୭ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୨୧୯.୨୧ କୋଟିରୁ ଅଧିକ ଡୋଜ୍ କରୋନା ଟିକା ଦିଆଯାଇଛି। ଏଥିମଧ୍ୟରୁ ୧୦୨.୬୬ କୋଟିରୁ ଅଧିକ ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ୯୪.୯୨ କୋଟିରୁ ଅଧିକ ଲୋକଙ୍କୁ ଦ୍ବିତୀୟ ଡୋଜ୍ ଦିଆଯାଇଛି। ଏହାଛଡ଼ା ୨୧.୬୨ କୋଟିରୁ ଅଧିକ ଲୋକ ପ୍ରିକସନ ତଥା ବୁଷ୍ଟର ଡୋଜ୍ ମଧ୍ୟ ନେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫,୯୩,୯୬୩ ଲୋକଙ୍କୁ ଟିକା ଦିଆଯାଇଛି।

Comments are closed.