କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୨,୮୨୭ ନୂଆ ମାମଲା, ୨୪ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ଆଉ ୨,୮୨୭ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୨.୪ ପ୍ରତିଶତ କମ୍। ଏହି ସମୟ ମଧ୍ୟରେ ରୋଗରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୯,୦୬୭ ରହିଛି । ଗତ ୨୪ ଘଣ୍ଟାରେ ୩,୨୩୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଆରୋଗ୍ୟ ହାର ବର୍ତ୍ତମାନ ୯୮.୭୪% ରହିଛି। ଦେଶରେ ଏପର୍ଯ୍ୟନ୍ତ ମୋଟ ୪୨,୫୭୦,୧୬୫ ଲୋକ କୋଭିଡ ୧୯ କୁ ମାତ୍ ଦେଇଛନ୍ତି ।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୮୫,୨୯୨ ଲୋକଙ୍କୁ ଟିକା ଦିଆଯାଇଛି। ଏପର୍ଯ୍ୟନ୍ତ ୧,୯୦,୮୩,୯୬,୭୮୮ କୋଟି ଡୋଜ୍ ଟିକା ଦିଆଯାଇଛି। ଦେଶରେ କରୋନାର ମୋଟ ମାମଲା ୪୩,୧୧୩,୪୧୩କୁ ବୃଦ୍ଧି ପାଇଛି ଏବଂ ଏହି ରୋଗ ଯୋଗୁଁ ୫୨୪,୧୮୧ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.