କରୋନା ଅପଡେଟ୍: ଦେଶରେ ୨୮୫୮ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ମାମଲା ସାମାନ୍ୟ ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୨୮୫୮ ନୂଆ କରୋନା ମାମଲା ରୁଜୁ ହୋଇଛି। ଏହାପୂର୍ବରୁ ଶୁକ୍ରବାର ୨୮୪୧ ଟି ମାମଲା ରିପୋର୍ଟ ହୋଇଥିଲା। ଏହି ରୋଗରେ ଆଉ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ୧୮,୦୯୬ ସକ୍ରିୟ ମାମଲା ରହିଛି। ଏଥି ସହିତ, ୪,୨୫,୭୬,୮୧୫ ରୋଗୀ ଏପର୍ଯ୍ୟନ୍ତ ଆରୋଗ୍ୟ ଲାଭ କରିଛନ୍ତି।

ଅପରପକ୍ଷରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧,୯୧, ୧୫, ୯୦, ୩୭ ରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।

Comments are closed.