କରୋନା ଅପଡେଟ୍: ଦିନକରେ ପୁଣି ଆସିଲା ୩ ହଜାରରୁ ଅଧିକ ମାମଲା, ଆଖି ବୁଜିଲେ ଆଉ ୪୦

ନୂଆଦିଲ୍ଲୀ: ଦେଶରେ ପୁଣି ୩ ହଜାରରୁ ଅଧିକ ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୨୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଏହା ସାମାନ୍ୟ କମ୍ । ଦିନକରେ ଦେଶରେ ଆଉ ୪୦ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ୨,୮୭୬ ଜଣ ସୁସ୍ଥ ହୋଇଛନ୍ତି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ସୂଚନା ଅନୁଯାୟୀ, ଆଜିର ନୂଆ ମାମଲାକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୧୯,୦୯୨କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ ୪,୨୫,୩୬,୨୫୩ ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫,୨୩,୮୪୩ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୪,୩୦,୭୯,୧୮୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶବ୍ୟାପୀ ସମୁଦାୟ ୧,୮୯,୧୭,୬୯,୩୪୬ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୫,୯୫,୨୬୭ ଡୋଜ୍ ଦିଆଯାଇଛି ।

Comments are closed.