କରୋନା ଅପଡେଟ୍: ଦେଶରେ ଆଉ ୩୪,୯୭୬ ନୂଆ ମାମଲା ଚିହ୍ନଟ | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୩୪,୯୭୬ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ | ପ୍ରତିଦିନ ୩୦ ରୁ ୪୦ ହଜାର ମାମଲା ରିପୋର୍ଟ ହେଉଛି | ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଗତ ଦେଶରେ ଆଉ ୩୪,୯୭୬ ନୂଆ କରୋନା ମାମଲା ପଞ୍ଜିକୃତ ହୋଇଛି। ସେପ୍ଟେମ୍ବରରେ ଚତୁର୍ଥ ଥର ପାଇଁ ୪୦ ହଜାରରୁ କମ୍ କରୋନା ମାମଲା ଆସିଛି। ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ କରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ୩୭,୬୮୧ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ହୋଇଛନ୍ତି ଅର୍ଥାତ୍ ୨୯୬୮ ସକ୍ରିୟ ମାମଲା ହ୍ରାସ ପାଇଛି |

କରୋନା ମହାମାରୀ ଆରମ୍ଭରୁ ଦେଶରେ ଏ ଯାଏଁ ମୋଟ ତିନି କୋଟି ୩୧ ଲକ୍ଷ ୭୪ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୨ ହଜାର ୯ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୨୩ ଲକ୍ଷ ୪୨ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ କମ୍ ରହିଛି। ସମୁଦାୟ ୩ ଲକ୍ଷ ୯୦ ହଜାର ୬୪୬ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ସାରା ଦେଶରେ ୭୨ କୋଟି ୩୭ ଲକ୍ଷ ୮୪ ହଜାର ଡୋଜ୍ କରୋନା ଟିକା ଦିଆଯାଇଛି। ଦିନକରେ ୬୭.୫୮ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ୫୩.୮୬ କୋଟି କରୋନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ଆଉ ୧୭.୮୭ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ଅଟେ |