କରୋନା ଅପଡେଟ୍: ଭାରତରେ ଆଉ ୩୫,୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଥିବା ବେଳେ ଭାରତରେ କରୋନାର ତୃତୀୟ ଲହର ନେଇ ଆଶଙ୍କା କରାଯାଉଛି। ଦେଶରେ ସଂକ୍ରମଣ ସମ୍ପୂର୍ଣ୍ଣ କମିନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୫ ହଜାର ୬୬୨ଟି ନୂଆ ମାମଲା ରୁଜୁ ହୋଇଛି। ଏହି ମହାମାରୀରେ ଆଉ ୨୮୧ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟାରେ ୩୩ ହଜାର ୭୯୮ ଲୋକ ସୁସ୍ଥ ହୋଇଛନ୍ତି | ଏଥିସହ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ତିନି କୋଟି ୨୬ ଲକ୍ଷ ୩୨ ହଜାର ୨୨୨କୁ ବୃଦ୍ଧି ପାଇଛି | ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା ୩ ଲକ୍ଷ ୪୦ ହଜାର ୬୩୯କୁ ଖସି ଆସିଛି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଦେଶରେ ରେକର୍ଡ ଟିକାକରଣ ହୋଇଥିଲା । ଦିନକରେ କାଲି ୨.୫୦ କୋଟିରୁ ଅଧିକ ଡୋଜ ଟିକାଦାନ ସହ ଭାରତ ନୂଆ ମାଇଲଖୁଣ୍ଟ ହାସଲ କରିଛି । ଦେଶରେ ଏପର୍ଯ୍ୟନ୍ତ ମୋଟ ୭୯.୩୩ କୋଟି ଡୋଜ୍ ଟିକା ଦିଆଯାଇଛି |

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି ଯେ ଗତକାଲି ଭାରତରେ କରୋନା ଜୀବାଣୁ ପାଇଁ ୧୪ ଲକ୍ଷ ୪୮ ହଜାର ୮୩୩ ନମୁନା ପରୀକ୍ଷା କରାଯାଇଥିଲା। ଦେଶରେ ଏଯାବତ୍ ମୋଟ ୫୫ କୋଟି ୭ ଲକ୍ଷ ୮୦ ହଜାର ୨୭୩ ନମୁନା ପରୀକ୍ଷା କରାଯାଇଛି।

Comments are closed.