କରୋନା ଅପଡେଟ୍: ଦେଶରେ ୪,୦୪୩ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪,୦୪୩ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୫,୪୩,୦୮୯ରେ ପହଞ୍ଚିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୭,୩୭୯ କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ମଙ୍ଗଳବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ କରୋନା ଯୋଗୁଁ ଆଉ ୧୫ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୩୭୦ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୭,୩୭୯ କୁ ହ୍ରାସ ପାଇଛି, ଯାହା ମୋଟ ରୋଗର ୦.୧୧ ପ୍ରତିଶତ। ରୋଗୀଙ୍କ ଜାତୀୟ ସୁସ୍ଥତା ହାର ୯୮.୭୧ ପ୍ରତିଶତକୁ ବୃଦ୍ଧି ପାଇଛି।

Comments are closed.