କରୋନା ଅପଡେଟ୍: ଦେଶରେ ୪,୮୫୮ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪,୮୫୮ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୫,୩୯,୦୪୬ କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ରୋଗୀ ସଂଖ୍ୟା ୪୮,୦୨୭ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ କରୋନା ଯୋଗୁଁ ଆଉ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୮,୩୫୫ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦେଶରେ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କ ସଂଖ୍ୟା ୪୮,୦୨୭ କୁ ବୃଦ୍ଧି ପାଇଛି, ଯାହା ମୋଟ ରୋଗର ୦.୧୧ ପ୍ରତିଶତ । ରୋଗୀଙ୍କ ଜାତୀୟ ସୁସ୍ଥତା ହାର ୯୮.୭୧ ପ୍ରତିଶତକୁ ବୃଦ୍ଧି ପାଇଛି।

Comments are closed.