କରୋନା ଅପଡେଟ୍: ଦେଶରେ ୮୧୧ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ବୁଧବାର କୋଭିଡ-୧୯ର ଆଉ ୮୧୧ ନୂଆ ମାମଲା ଆସିଛି । ଏଥିସହ ମୋଟ ମାମଲା ୪,୪୬,୬୨,୯୫୨ କୁ ବୃଦ୍ଧି ପାଇଛି । କିନ୍ତୁ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩,୫୫୯ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବୁଧବାର ସକାଳ ୮ ଟା ସୁଦ୍ଧା ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଆଉ ଦୁଇ ରୋଗୀଙ୍କ ମୃତ୍ୟୁ ସହ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୩୦,୫୧୧କୁ ବୃଦ୍ଧି ପାଇଛି ।

ତଥ୍ୟ ଅନୁଯାୟୀ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମଣର ୦.୦୩ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ, କୋଭିଡ -୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ୪୬୨ ହ୍ରାସ ଘଟିଛି। ଏହି ରୋଗରୁ ସୁସ୍ଥ ମୋଟ ଲୋକଙ୍କ ସଂଖ୍ୟା ୪,୪୧,୧୮,୮୮୨ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି। ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୯.୭୫ କୋଟି ଡୋଜ୍ ଦିଆଯାଇଛି।

Comments are closed.