କରୋନା ଅପଡେଟ୍: ଦୁଇ ହଜାର ତଳକୁ ଖସିଲା ଦୈନିକ ମାମଲା

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୧,୬୭୫ ନୂଆ ମାମଲା ରିପୋର୍ଟ ହୋଇଛି। ଏହା ପରେ କରୋନା ମାମଲାର ମୋଟ ସଂଖ୍ୟା ୪,୩୧,୪୦,୦୬୮ ରେ ପହଞ୍ଚିଛି । ଗତକାଲି ତୁଳନାରେ ଦୈନିକ ମାମଲାରେ ୧୭ ପ୍ରତିଶତ ହ୍ରାସ ଘଟିଛି। ଗତକାଲି ୨୦୨୨ ମାମଲା ରୁଜୁ ହୋଇଥିଲା। କୋଭିଡ -୧୯ରେ ଆଉ ୩୧ ଜଣ ଲୋକ ପ୍ରାଣ ହରାଇଛନ୍ତି। ଏହା ପରେ କରୋନାରୁ ମୃତ୍ୟୁ ସଂଖ୍ୟା ୫,୨୪,୪୯୦ କୁ ବୃଦ୍ଧି ପାଇଛି।

ଦେଶରେ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୪,୮୪୧ କୁ ଖସି ଆସିଛି । ମୋଟ ମାମଲାର ଏହା ହେଉଛି ୦.୦୩ ପ୍ରତିଶତ ।

ଏହା ସହିତ କୋଭିଡ -୧୯ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୧,୬୩୫ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ଦେଶରେ ୪,୨୬,୦୦,୭୩୭ ଲୋକ ଏହି ମହାମାରୀକୁ ମାତ୍ ଦେଇଛନ୍ତି ।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଦେଶରେ ଆଉ ୧୩,୭୬,୮୭୮ ଲୋକଙ୍କୁ କରୋନାର ଏକ ଡୋଜ୍ ଟିକା ଦିଆଯାଇଛି । ଏହା ପରେ ଏପର୍ଯ୍ୟନ୍ତ ଦେଶରେ ମୋଟ ୧,୯୨,୫୨,୭୦,୯୫୫ ଡୋଜ୍ ଟିକା ଦିଆଯାଇଛି।

Comments are closed.