ପୁଣି ଡରାଉଛି କରୋନା, କ୍ରମାଗତ ତୃତୀୟ ଦିନ ପାଇଁ ଦୈନିକ ମାମଲା ୨ହଜାର ପାର୍

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୪୫୧ ନୂଆ ମାମଲା ରିପୋର୍ଟ ହୋଇଛି। କ୍ରମାଗତ ତୃତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୨ହଜାର ଟପିଛି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ କୋଭିଡ ମାମଲା ୪,୩୦,୫୨,୪୨୫ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ସକ୍ରିୟ ମାମଲା ମଧ୍ୟ ୧୪,୪୨୧ କୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ଯୋଗୁଁ ୫୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୫,୨୨,୧୧୬ କୁ ବୃଦ୍ଧି ପାଇଛି । ମନ୍ତ୍ରଣାଳୟ କହିଛି ଯେ ସକ୍ରିୟ ମାମଲା ସମୁଦାୟ ସଂକ୍ରମଣର ୦.୦୩ ପ୍ରତିଶତ ଥିବାବେଳେ ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି।

ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ପୁଣି ଦ୍ରୁତ ଗତିରେ ବ୍ୟାପୁଛି । ଦିଲ୍ଲୀର କୋଭିଡ-୧୯ର ସକ୍ରିୟ ରୋଗୀଙ୍କ ସଂଖ୍ୟା ୩ ହଜାର ଟପିଛି ।

Comments are closed.