ଆଜିଠାରୁ ଏସିଆ କପ୍ ହକି: ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିବ ଭାରତ

ଜାକର୍ତ୍ତା: ଇଣ୍ଡୋନେସିଆରେ ଆଜିଠାରୁ ଏକାଦଶତମ ଏସିଆ କପ୍ ପୁରୁଷ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି । ପ୍ରଥମ ମୁକାବିଲାରେ ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ଭେଟିବ | ଭାରତର ନେତୃତ୍ଵ ନେଲେ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା ।

ଭାରତ ଏବଂ ପାକିସ୍ତାନ ବ୍ୟତୀତ ପ୍ରଥମ ଦିନରେ ଓମାନ ଏବଂ ମାଲେସିଆ ମଧ୍ୟ ମୁହାଁମୁହିଁ ହେବେ । ଭାରତୀୟ ସମୟ ଅନୁଯାୟୀ ଭାରତ-ପାକିସ୍ତାନ ମ୍ୟାଚ୍ ଅପରାହ୍ନ ୫ ଟାରୁ ଆରମ୍ଭ ହେବ ।

ପାକିସ୍ତାନ ପରେ ଭାରତ ସେ ୨୪ରେ ଜାପାନ ଏବଂ ପରେ ମେ ୨୬ରେ ଆୟୋଜକ ଇଣ୍ଡୋନେସିଆକୁ ଭେଟିବ ।

ଭାରତ ଏବଂ ପାକିସ୍ତାନ ଶେଷ ଥର ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୧ରେ ଖେଳିଥିଲେ ଯେଉଁଥିରେ ଭାରତ ୪-୩ରେ ଜିତି ବ୍ରୋଞ୍ଜ ପଦକ ଜିତିଥିଲା ​​|

Comments are closed.