ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଦଳ, ଇଣ୍ଡୋନେସିଆକୁ ହରାଇ ପ୍ରଥମ ଥର ଜିତିଲା ଥୋମାସ କପ ଟାଇଟଲ୍

ବ୍ୟାଙ୍କକ୍ : ଥୋମାସ କପ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତ ଇତିହାସ ରଚିଛି | ଭାରତ ପ୍ରଥମ ଥର ପାଇଁ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛି | ଫାଇନାଲରେ ଟିମ୍ ଇଣ୍ଡିଆ ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ରେ ହରାଇ ଏହି ଐତିହାସିକ ସଫଳତା ହାସଲ କରିଛି । ଭାରତ ପ୍ରଥମ ଥର ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଜିତିଛି ।

ଫାଇନାଲର ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ୟ ସେନ୍ ଇଣ୍ଡୋନେସିଆର ଆନ୍ଥୋନୀ ସିନିସୁକାଙ୍କୁ ୮-୨୧, ୨୧-୧୭, ୨୧-୧୬ ରେ ପରାସ୍ତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ | ଏହାପରେ ଡବଲ୍ସରେ ସାତ୍ବିକସାଇରାଜ ରଙ୍କିରେଡି ଏବଂ ଚିରାଗ ଶେଟ୍ଟୀଙ୍କ ଯୋଡି ୧୮-୨୧, ୨୩-୨୧, ୨୧-୧୯ ରେ ଜିତି ଭାରତର ଲିଡ୍ ୨-୦ କରିଦେଇଥିଲେ | ତୃତୀୟ ମ୍ୟାଚ୍ ସିଙ୍ଗଲ୍ସରେ କିଡାମ୍ବି ଶ୍ରୀକାନ୍ତ ଇଣ୍ଡୋନେସିଆର ଜୋନାଥନ୍ ଖ୍ରୀଷ୍ଟିଙ୍କୁ ୨୧-୧୫, ୨୨-୨୧ ରେ ପରାସ୍ତ କରି ଭାରତୀୟ ଶିବିରରେ ବିଜୟ ଉତ୍ସବ ଆରମ୍ଭ କରିଥିଲେ ।

ଭାରତୀୟ ଦଳ ପ୍ରଥମ ଥର ପାଇଁ ମାଲେସିଆ ଏବଂ ଡେନମାର୍କ ଭଳି ଦଳକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା | ଫାଇନାଲରେ ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed.