ପ୍ରଥମ ଟି-୨୦ରେ ଭାରତର ୧୧ ରନରେ ରୋମାଂଚକର ବିଜୟ | News Room Odisha

ପ୍ରଥମ ଟି-୨୦ରେ ଭାରତର ୧୧ ରନରେ ରୋମାଂଚକର ବିଜୟ

କାନବେରା-ଏଠାରେ ଖେଳାଯାଇଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୧୧ ରନରେ ପରାସ୍ତ କରିଛି । ଭାରତ ଦ୍ୱାରା ଧାର୍ଯ୍ୟ ୧୬୨ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଘରୋଇ ଦଳ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ମାତ୍ର ୧୫୦ ରନ୍ ହିଁ କରିପାରିଥିଲା ।

ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଆସିଥିବା ସ୍ପିନର ୟଜୁବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି ୨୫ ରନରେ ସର୍ବାଧିକ ୩ ୱିକେଟ ନେଇଥିଲେ । ନିଜର ପ୍ରଥମ ଟି-୨୦ ଆନ୍ତର୍ଜାତିକ ମ୍ୟାଚ ଖେଳୁଥିବା ନଟରାଜନ ମଧ୍ୟ ୩ଟି ୱିକେଟ ନେଇ ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପୂର୍ବରୁ ଘରୋଇ ଦଳ ଟସ୍ ଜିିତି ପ୍ରଥମେ ଫିଲଡିଂ ନିଷ୍ପତି ନେଇଥିଲା । ଭାରତର ୧୦୦ ରନ ମଧ୍ୟରେ ୫ଟି ୱିକେଟ ପଡିଯାଇଥିଲେ ମଧ୍ୟ ଇନିଂସର ଶେଷଆଡକୁ ରବୀନ୍ଦ୍ର ଜାଡେଜାଙ୍କ ଅପରାଜିତ ଧୂଆଁଧାର ୪୪ ରନ ବଳରେ ୧୬୧ ରନର ଏକ ଭଲ ସ୍କୋର କରିପାରିଥିଲା ।

ଅନ୍ୟମାନଙ୍କ ମଧ୍ୟରେ ଓପ୍ନର କେ.ଏଲ ରାହୁଲ ୫୧ ଓ ସଂଜୁ ସାମସନ ୨୩ ରନ୍ କରିଥିଲେ । ଜାଡେଜାଙ୍କ ମୁଣ୍ଡରେ ବଲ୍ ବାଜିଥିବାରୁ ତାଙ୍କ ବଦଳରେ ଚହଲ କନକସନ ସବଷ୍ଟିଚ୍ୟୁଟ ଭାବେ ଖେଳିବା ସହ ୩ଟି ମୂଲ୍ୟବାନ ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ।