ରାଜ୍ୟଗୋଷ୍ଠୀ କ୍ରୀଡା: ବକ୍ସିଂରେ ସ୍ବର୍ଣ୍ଣ ପଦକ ଦେଲେ ନିତୁ, ଅମିତ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନରେ ରବିବାର ଭାରତକୁ ବକ୍ସିଂ ଇଭେଣ୍ଟରୁ ଦୁଇଟି ସ୍ବର୍ଣ୍ଣ ପଦକ ମିଳିଛି । ଭାରତ ପକ୍ଷରୁ ପ୍ରଥମେ ନିତୁ ଘଂଘସ୍ ମହିଳା ୪୮ କେଜି ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଫାଇନାଲରେ ନିତୁ ଇଂଲଣ୍ଡର ଡେମି ଜାଡେଙ୍କୁ ୫-୦ରେ ପରାସ୍ତ କରି ପ୍ରଥମ ବକ୍ସିଂ ସ୍ୱର୍ଣ୍ଣ ଜିତିଥିଲେ। ଏହାପରେ ଅମିତ ପଙ୍ଘଲ ଆଉ ଏକ ସ୍ୱର୍ଣ୍ଣ ପଦକ ଦେଇଥିଲେ | ପୁରୁଷ ୫୧ କେଜି ବର୍ଗରେ ଅମିତ ଇଂଲଣ୍ଡର ମ୍ୟାକଡୋନାଲ୍ଡଙ୍କୁ ୫-୦ରେ ଧରାଶାୟୀ କରିଥିଲେ ।

ଏଥିସହ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସ୍ବର୍ଣ୍ଣ ପଦକ ସଂଖ୍ୟା ୧୫ ରେ ପହଞ୍ଚିଛି। ଭାରତର ମୋଟ ପଦକ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଏଥିରେ ୧୧ ଟି ରୌପ୍ୟ ଏବଂ ୧୬ଟି ବ୍ରୋଞ୍ଜ ରହିଛି |

Comments are closed.