କୋରୋନା ମହାମାରୀ ମୁକାବିଲା : ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶାବଳୀ | News Room Odisha

କୋରୋନା ମହାମାରୀ ମୁକାବିଲା : ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶାବଳୀ

ନୂଆଦିଲ୍ଲୀ – କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଆୟୁଷ ମନ୍ତ୍ରାଳୟ ଏକ ନୂଆ ନିର୍ଦ୍ଦେଶବଳୀ ଜାରି କରିଛି । ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ପ୍ରତିଦିନ ଗରମ ପାଣି ସହିତ ଯୋଗ ଓ କଦଳୀ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି । ଅଶ୍ୱଗନ୍ଧା ଓ ଗିଲୋୟର ବ୍ୟବହାର ପାଇଁ ବି କୁହାଯାଇଛି । ଅତିକମରେ ୩୦ ମିନିଟି ଯୋଗ, ପ୍ରାଣାୟମ ଓ ଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି । ପ୍ରତିଦିନ ସକାଳେ ୧ ଚାମଚ ଚମନପ୍ରାସ ଖାଇବାକୁ କୁହାଯିବା ସହ ୧୫୦ ମିଲିଲିଟର ଗରମ କ୍ଷୀରରେ ଅଧା ଚାମଚ କଦଳୀ ପକାଇ ପିଇବା ପାଇଁ ଆହ୍ୱାନ ଦିଆଯାଇଛି । କୋରୋନାର ଲକ୍ଷଣବିହୀନ ରୋଗୀ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ଯଦି ଅଶ୍ୱଗନ୍ଧା ଓ ଗିଲୋୟ ନିୟମିତ ଖାଆନ୍ତି,ତାହା ହେଲେ ଏହା ଲାଭଦାୟକ ହେବ ବୋଲି କୁହାଯାଇଛି ।