ବିଶ୍ୱକପ ତୀରନ୍ଦାଜୀ: ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ୍ ଜିତିଲା କ୍ରମାଗତ ଦ୍ବିତୀୟ ସ୍ବର୍ଣ୍ଣ

ଗ୍ୱାଙ୍ଗଜୁ (ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବିଶ୍ୱକପ ତୀରନ୍ଦାଜୀରେ ଭାରତୀୟ ପୁରୁଷ କମ୍ପାଉଣ୍ଡ ଟିମ୍ କ୍ରମାଗତ ସ୍ୱର୍ଣ୍ଣ ପଦକ ଜିତିଛି । ଶନିବାର ଅନୁଷ୍ଠିତ ଫାଇନାଲରେ ଭାରତୀୟ ଦଳ ପଛୁଆ ରହିବା ସତ୍ତ୍ୱେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ଫ୍ରାନ୍ସକୁ ଦୁଇ ପଏଣ୍ଟ ବ୍ୟବଧାନରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଛନ୍ତି ।

ଏହା ବିଶ୍ବକପ୍ ପ୍ରଥମ ଚରଣ ଫାଇନାଲର ପୁନରାବୃତ୍ତି ଥିଲା । ଅଭିଷେକ ବର୍ମା, ଅମନ ସାଇନି ଓ ରଜତ ଚୌହାନଙ୍କୁ ନେଇ ଭାରତର ତିନି ଜଣିଆ ଦଳ ଷଷ୍ଠ ମାନ୍ୟତା ପ୍ରାପ୍ତ ଫ୍ରାନ୍ସ ଦଳ ଠାରୁ ପଛରେ ପଡ଼ିଯାଇଥିଲେ ।

କିନ୍ତୁ ତୃତୀୟ ରାଉଣ୍ଡରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରି ଫ୍ରାନ୍ସର ଆଡ୍ରିଆନ୍ ଗୋଣ୍ଟିଅର୍, ଜାନ୍-ଫିଲିପ୍ପ ବାଲୋଚ ଏବଂ କେଣ୍ଟିନ୍ ବ୍ରାଉର୍ଙ୍କୁ ୨୩୨-୨୩୦ ରେ ପରାସ୍ତ କରି ବିଶ୍ୱକପ୍ ସ୍ୱର୍ଣ୍ଣ ପଦକ ଜିତିଛି |

ଏପ୍ରିଲ ମାସରେ ଆଣ୍ଟାଲିଆରେ ଅନୁଷ୍ଠିତ ପ୍ରଥମ ଚରଣ ବିଶ୍ୱକପ ଫାଇନାଲରେ ମଧ୍ୟ ସମାନ ଭାରତୀୟ ଦଳ ଫ୍ରାନ୍ସକୁ ଗୋଟିଏ ପଏଣ୍ଟରେ ହରାଇଥିଲା ​​|

ଭାରତୀୟ ତାରକା କମ୍ପାଉଣ୍ଡ ତୀରନ୍ଦାଜ ବର୍ମା ଦ୍ୱିତୀୟ ପଦକ ଜିତିଛନ୍ତି। ସେ ଅବନୀତ୍ କୌରଙ୍କ ସହ ମିଶି ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି ‌। ବ୍ରୋଞ୍ଜ ପଦକ ମ୍ୟାଚରେ ସେ ଉଚ୍ଚ ସିଡ୍ ପ୍ରତିପକ୍ଷ ତୁର୍କୀ ଯୋଡି ଆମିରକାନ୍ ହେନ୍ ଏବଂ ଆୟସେ ବେରା ସୁଜରଙ୍କୁ ୧୫୬-୧୫୫ରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଥିଲେ |

Comments are closed.