ଅପହୃତ ଜାହାଜ ନିକଟରେ ପହଞ୍ଚିଲା ଭାରତୀୟ ନୌସେନା, ଜାହାଜକୁ ଛାଡ଼ିବାକୁ ଜଳଦସ୍ୟୁଙ୍କୁ ଚେତାବନୀ | News Room Odisha

ଅପହୃତ ଜାହାଜ ନିକଟରେ ପହଞ୍ଚିଲା ଭାରତୀୟ ନୌସେନା, ଜାହାଜକୁ ଛାଡ଼ିବାକୁ ଜଳଦସ୍ୟୁଙ୍କୁ ଚେତାବନୀ

ନୂଆଦିଲ୍ଲୀ:ସୋମାଲିଆ ନିକଟରେ ଅପହରଣ ହୋଇଥିବା ଜାହାଜ ନିକଟରେ ପହଞ୍ଚିଛି ଭାରତୀୟ ନୌସେନା ଯୁଦ୍ଧପୋତ ଆଇଏନ୍ଏସ୍ ଚେନ୍ନାଇ । ସୂଚନା ଅନୁଯାୟୀ ଅପହୃତ ଜାହାଜରେ ୧୫ ଜଣ ଭାରତୀୟ ଅଛନ୍ତି। ଜାହାଜର ଚାଳକ ଦଳର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି। ଭାରତୀୟ ନୌସେନାର ମେରାଇନ୍ କମାଣ୍ଡୋ ମାର୍କୋସ୍ ଜାହାଜକୁ ଛାଡ଼ିବାକୁ ଜଳଦସ୍ୟୁ ମାନଙ୍କୁ ଚେତାବନୀ ଦେଇଛି । ନହେଲେ ନୌସେନାର ମେରାଇନ୍ କମାଣ୍ଡୋ ‘ମାର୍କୋସ୍’ ଜଳଦସ୍ୟୁଙ୍କ ବିରୋଧରେ ଅପରେସନ୍ ପାଇଁ ମଧ୍ୟ ପ୍ରସ୍ତୁତ ରହିଛି ।

‘ଏମଭି ଲୀଲା ନର୍ଫକ୍’ ନାମକ ଏହି ଜାହାଜ ଅପହରଣ ନେଇ ଗୁରୁବାର ସନ୍ଧ୍ୟାରେ ସୂଚନା ମିଳିଥିଲା। ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ଜାହାଜରେ ଲାଇବେରିଆର ପତାକା ଲାଗିଛି । ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଚେନ୍ନାଇ ଅପହୃତ ଜାହାଜ ଉପରେ ଲଗାତାର ନଜର ରଖିଛି। ଚାଳକ ସଦସ୍ୟଙ୍କ ସହ ଯୋଗାଯୋଗ ସ୍ଥାପନ କରାଯାଇଛି।