ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ହେଲେ ଏଲନ୍ ମସ୍କଙ୍କ କମ୍ପାନୀ ‘ଟେସଲା’ର ନୂଆ ସିଏଫ୍ଓ

ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ବୈଭବ ତନେଜା ଆମେରିକାର ଇଲେକ୍ଟ୍ରିକ୍ କାର କମ୍ପାନୀ ‘ଟେସଲା’ର ନୂଆ ଚିଫ୍ ଫାଇନାନ୍ସିଆଲ୍ ଅଫିସର (ସିଏଫଓ) ଭାବେ ନିଯୁକ୍ତ ହୋଇଛନ୍ତି । ସୋମବାର ଏକ ଏକ୍ସଚେଞ୍ଜ ଫାଇଲିଂରେ ଟେସଲା ଏହି ସୂଚନା ଷ୍ଟକ୍ ମାର୍କେଟକୁ ଦେଇଛି | କମ୍ପାନୀର ପୂର୍ବ ସିଏଫଓ ଜାଚାରି କିର୍କହର୍ନ ଇସ୍ତଫା ଦେବା ପରେ ଏହି ଘୋଷଣା କରାଯାଇଛି।

ସୂଚନାନୁସାରେ, ୪୫ ବର୍ଷୀୟ ବୈଭବ ତନେଜା ଟେସଲାର ମୁଖ୍ୟ ଆକାଉଣ୍ଟିଂ ଅଫିସର (ସିଏଓ) ଥିଲେ । ଏବେ ସେ ସିଏଫ୍ଓ ସହିତ ସିଏଓ ଦାୟିତ୍ବ ମଧ୍ୟ ତୁଲାଇବେ |

ଏଲନ୍ ମସ୍କଙ୍କ ନେତୃତ୍ୱାଧୀନ ଏହି କମ୍ପାନୀ ସହିତ କିର୍କହର୍ନ ପ୍ରାୟ ୧୩ ବର୍ଷ ଧରି ଜଡ଼ିତ ରହିଥିଲେ । ଗତ ଚାରି ବର୍ଷ ଧରି ଟେସଲାର ମାଷ୍ଟର ଅଫ୍ କେଏନ୍ ଏବଂ ସିଏଫଓ କିରହର୍ନ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

ବୈଭବ ତନେଜା ମାର୍ଚ୍ଚ ୨୦୧୯ ଠାରୁ ଟେସଲାର ସିଏଓ ଏବଂ ମେ ୨୦୧୮ ଠାରୁ କର୍ପୋରେଟ କଣ୍ଟ୍ରୋଲର ଭାବେ କାର୍ଯ୍ୟ କରୁଛନ୍ତି। ସେ ଫେବୃଆରୀ ୨୦୧୭ ରୁ ମେ ୨୦୧୮ ମଧ୍ୟରେ ଏବଂ ମାର୍ଚ୍ଚ ୨୦୧୬ ଠାରୁ ଆସିଷ୍ଟାଣ୍ଟ କର୍ପୋରେଟ୍ କଣ୍ଟ୍ରୋଲର ଦାୟିତ୍ବ ତୁଲାଇଥିଲେ ।

Comments are closed.