ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷିତ, ରାହୁଲ ଅଧିନାୟକ, ଉମ୍ରାନଙ୍କୁ ସୁଯୋଗ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ସିରିଜ ଓ ଇଂଲଣ୍ଡ ବିପକ୍ଷ ସ୍ଥଗିତ ପଞ୍ଚମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଆଇପିଏଲ୍ ପରେ ଜୁନ୍ ୯ ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବ | ଏହି ଘରୋଇ ସିରିଜ୍ ପାଇଁଜ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ ସିନିୟର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ କେଏଲ୍ ରାହୁଲ ଦଳର ନେତୃତ୍ବ ନେବେ । ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ପେସ୍ ସେନସେସନ୍ ଉମ୍ରାନ୍ ମଲିକଙ୍କୁ ପ୍ରଥମ ଥର ଭାରତୀୟ ଦଳରେ ସୁଯୋଗ ଦିଆଯାଇଛି । ସେହିପରି ଅର୍ଶଦୀପ ସିଂ ଏବଂ ଅଭେଶ ଖାନଙ୍କୁ ମଧ୍ୟ ସ୍ଥାନ ମିଳିଛି ।

ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲଙ୍କ ପରି ବଡ଼ ଖେଳାଳି ମଧ୍ୟ ଟି-୨୦ ଟିମକୁ ଫେରିଛନ୍ତି ।

ଏହା ସହିତ ଚୟନକର୍ତ୍ତାମାନେ ମଧ୍ୟ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଦଳ ଘୋଷଣା କରିଛନ୍ତି। କାଉଣ୍ଟି କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରିବା ପରେ ଚେତେଶ୍ବର ପୂଜାରାଙ୍କ ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି । ଗତ ବର୍ଷ ଅନୁଷ୍ଠିତ ଭାରତ-ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ବାକି ଥିଲା, ଯାହା ଜୁଲାଇ ୧ ରୁ ଖେଳାଯିବ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳ:
କେ.ଏଲ୍ ରାହୁଲ (କ୍ୟାପଟେନ୍), ଋତୁରାଜ ଗାଇକୱାଡ୍, ଇଶାନ୍ କିଶାନ୍, ଦୀପକ ହୁଡା, ଶ୍ରେୟସ୍ ଆୟର୍, ରିଷଭ ପନ୍ତ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ଭେଙ୍କଟେଶ ଆୟର୍, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷବ ପଟେଲ, ରବି ବିଷ୍ଣୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ଅର୍ଶଦୀପ ସିଂ, ଉମ୍ରାନ ମଲିକ |

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ ପାଇଁ ଦଳ:
ରୋହିତ ଶର୍ମା (କ୍ୟାପଟେନ), କେଏଲ୍ ରାହୁଲ (ଉପଅଧିନାୟକ), ଶୁବମାନ ଗିଲ, ବିରାଟ କୋହଲି, ଶ୍ରେୟସ୍ ଆୟର୍, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରିଷଭ ପନ୍ତ, କେ.ଏସ୍ ଭରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା |

Comments are closed.