ରାଜ୍ୟଗୋଷ୍ଠୀ କ୍ରୀଡା ଭାରୋତ୍ତୋଳନରେ ଲବପ୍ରୀତ ସିଂହ ଜିତିଲେ ବ୍ରୋଞ୍ଜ | News Room Odisha

ରାଜ୍ୟଗୋଷ୍ଠୀ କ୍ରୀଡା ଭାରୋତ୍ତୋଳନରେ ଲବପ୍ରୀତ ସିଂହ ଜିତିଲେ ବ୍ରୋଞ୍ଜ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ପୁରୁଷ ୧୦୯ କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ଭାରତର ଲବପ୍ରୀତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେ ସ୍ନାଚ୍ ରେ ୧୬୩ କିଲୋଗ୍ରାମ ଉଠାଇଥିବାବେଳେ କ୍ଲିନ୍ ଓ ଜର୍କରେ ୧୯୨ କେଜି ସହ ମୋଟ ୩୫୫ କିଲୋଗ୍ରାମ ଉଠାଇ ପଦକ ନିଶ୍ଚିତ କରିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଏହା ହେଉଛି ଭାରତର ୧୪ ତମ ପଦକ ।

ଭାରତୀୟ ଭାରୋତ୍ତୋଳକ ସମସ୍ତ ୬ ଟି ପ୍ରୟାସରେ ସଫଳ ହୋଇଥିଲେ। ସେ ପ୍ରଥମ ପ୍ରୟାସରେ ୧୫୭ କିଲୋଗ୍ରାମ ଉଠାଇଥିବାବେଳେ ଦ୍ୱିତୀୟରେ ୧୬୧ ଏବଂ ୧୬୩ କିଲୋଗ୍ରାମ ଉଠାଇଥିଲେ । ଏହା ପରେ‌ କ୍ଲିନ୍ ଓ ଜର୍କରେ ସେ ପ୍ରଥମ ପ୍ରୟାସରେ ୧୯୬ କିଲୋଗ୍ରାମ, ଦ୍ୱିତୀୟ ପ୍ରୟାସରେ ୧୮୯ ଏବଂ ତୃତୀୟ ପ୍ରୟାସରେ ୧୯୨ କିଲୋଗ୍ରାମ ଉଠାଇଥିଲେ । ଲବପ୍ରୀତ ଏଖଦା ଶୀର୍ଷରେ ରହିଥିଲେ, କିନ୍ତୁ ପରେ ପଛରେ ପଡ଼ିଯାଇଥିଲେ ।

କାମେରୁନର ଜୁନିଅର ପେରିସଲେକ୍ସ (୧୬୦ + ୨୦୧) ୩୬୧ କିଲୋଗ୍ରାମ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ସାମୋଆର ଜ୍ୟାକ ହିଟିଲା (୧୬୪ + ୧୯୪) ମୋଟ ୩୫୮ କିଲୋଗ୍ରାମ ସହିତ ରୌପ୍ୟ ପଦକ ଜିତିଛନ୍ତି ।