ରାଜ୍ୟଗୋଷ୍ଠୀ କ୍ରୀଡା: ଆଥଲେଟିକ୍ସରେ ଆଉ ଏକ ପଦକ, ୩୦୦୦ ମିଟର ଷ୍ଟିପଲଚେଜରେ ରୌପ୍ୟ ଜିତିଲେ ଅବିନାଶ ସାବଲେ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ଆଥଲେଟିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ । ଭାରତର ଅବିନାଶ ସାବଲେ ୩୦୦୦ ମିଟର ଷ୍ଟିପଲଚେଜ୍ ରେ ଦେଶ ପାଇଁ ରୌପ୍ୟ ପଦକ ଜିତିଛନ୍ତି | ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଅବିନାଶ ୮ ମିନିଟ୍ ୧୧:୨୦ ସେକେଣ୍ଡ୍ ନେଇ ଦ୍ବିତୀୟ ସ୍ଥାନରେ ରହିଥିଲେ | କେନିଆ ପ୍ରତିଯୋଗୀ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଜିତିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ଆଥଲେଟିକ୍ସରେ ଏହା ଭାରତର ଚତୁର୍ଥ ପଦକ । ଏହା ପୂର୍ବରୁ ମହିଳା ୧୦ କିଲୋମିଟର ଚାଲିରେ ଭାରତର ପ୍ରିୟଙ୍କା ଗୋସ୍ବାମୀ ରୌପ୍ୟ ପଦକ ହାସଲ କରିଥିଲେ । ଆଥଲେଟିକ୍ସରେ ଏହି ଦୁଇ ରୌପ୍ୟ ସହ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି |

Comments are closed.